ରାଜଧାନୀରେ ଆଉ ୩୬୯ ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଂଚଳରୁ ବୁଧବାର ପୁଣି ୩୬୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ କ୍ୱାରେଂଟାଇନ୍ ସେଣ୍ଟରରୁ ୭୫ଜଣ ଚିହ୍ନଟ ହୋଇ ଥିବା ବେଳେ ୨୯୪ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାଛଡ଼ା ଆଜି ୩୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପକ୍ଷରେ ଆଉ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍ କରି ସୂଚନା ଦେଇଛି ।

ସୂଚନା ଅନୁଯାୟୀ ୭୫ଜଣ ସଂଗରୋଧ ଆକ୍ରାନ୍ତଙ୍କ ମଧ୍ୟରେ ଶୈଳଶ୍ରୀବିହାରରୁ ୬ଜଣ, ଚନ୍ଦ୍ରଶେଖରପୁରରୁ ୫ଜଣ, ବାପୁଜୀନଗରରୁ ୪ଜଣ, ଡୁମଡୁମା ଓ ଭିଏସଏସ୍ ନଗରରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଶୈଳଶ୍ରୀବିହାରରୁ ସର୍ବାଧିକ ୨୩ଜଣ ରହିଛନ୍ତି । ଏହାଛଡା ସହୀଦନଗରରୁ ୧୩, ରସୁଲଗଡ, ପଟିଆ ଓ ଚନ୍ଦ୍ରଶେଖରପୁରରୁ ୧୨ଜଣ ଲେଖାଏଁ, ବମିଖାଲରୁ ୧୦, ଲକ୍ଷ୍ମୀସାଗର ଓ ପୋଖରୀପୁଟରୁ ୯ଜଣ ଲେଖାଏଁ, ଭିଏସଏସ୍ ନଗର ଓ ନୟାପଲ୍ଲୀରୁ ୮ଜଣ ଲେଖାଏଁ ରହିଛନ୍ତି ।

ଆଜି ସୁଦ୍ଧା ବିଏମ୍‌ସି ଅଂଚଳରେ ୨୧,୮୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୯୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୨୪୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏବେ ୩୫୩୭ ଜଣ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *