ବାବୁ ସିଂହଙ୍କର ଆଖି ଝଲସିଆ ନିର୍ବାଚନ ପ୍ରଚାର ଆରମ୍ଭ, ବହୁ ଯୁବକ, ଯୁବତୀଙ୍କ ଅଂଶଗ୍ରହଣ

ଭୁବନେଶ୍ୱର, ୨୫/୩/୨୦୧୯: ସୋମବାର ଦିନ ବିଜେପି ତରଫରୁ ଏକାମ୍ର ନିର୍ବାଚନ ମଣ୍ଡଳୀରେ ପ୍ରଥମ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଦଳର ବିଧାୟକ ପ୍ରାର୍ଥୀ ବିଧାୟକ ବାବୁ ସିଂ କପିଳେଶ୍ୱର ମହାଦେବଙ୍କ ଶରଣାପନ୍ନ ହୋଇ ସେହିଠାରୁ ନିଜର ନିର୍ବାଚନ ଯାତ୍ରା ଆରମ୍ଭ କରିଥିଲେ । ସେ ସୁନ୍ଦରପଦା କାଲିଆଶନି ମନ୍ଦିର ଠାରୁ ପ୍ରଚାର ଆରମ୍ଭ କରି କପିଳପ୍ରସାଦ ଓ କପିଳେଶ୍ୱର ଗ୍ରାମ ପରିକ୍ରମା କରିଥିଲେ । ଏହି ପ୍ରଚାର ପଦ ଯାତ୍ରାରେ ଭୁବନେଶ୍ୱର ଲୋକସଭା ସାଂସଦ ପାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ପ୍ରଚାର ମଙ୍ଗ ଧରିଥିଲେ । ପ୍ରଚାର ସମୟରେ ଅପରାଜିତା ଓ ବାବୁ ସିଂହଙ୍କୁ ବାଟରେ ଜନସାଧାରଣମାନେ ବିପୁଳ ସମ୍ବର୍ଧନା ଦେଇଥିଲେ । ଏହି ପ୍ରଚାରରେ ହଜାର ହଜାର ଯୁବକ, ଯୁବତୀ ଅତି ଉତ୍ସାହର ସହ ସାମିଲ୍ ହୋଇ ବିକାଶର ବାର୍ତା ଦେବା ସହିତ ଦଳ ପାଇଁ ଭୋଟ୍ ଦେବା ପାଇଁ ଅନୁରୋଧ କରିଥିଲେ ।

ଏହି ଅବସରରେ ବାବୁ ସିଂହ କହିଥିଲେ ଯେ ପ୍ରଚାରରେ ସାମିଲ୍ ହୋଇଥିବା ଲୋକମାନଙ୍କର ଉତ୍ସାହ ଦଳର ବିଜୟ ସଂଙ୍କେତ ବହନ କରୁଛି । ଏହି ପ୍ରଚାରରେ ଜିଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ନାରୀ ନେତ୍ରୀ ତଥା ପୂର୍ବତନ କର୍ପୋରେଟର ସୁବାସିନୀ ପୃଷ୍ଟି , ରୀତା ଚୌଧୁରୀ , ରଚନୀ ବଳ, ବନ୍ଦନା କାନୁନ୍ଗୋ, ଯୁବ ନେତା ସୁରେନ୍ଦ୍ର ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ପ୍ରଫୁଲ୍ଲ ସ୍ୱାଇଁ, ଅଜିତ ସେଠି, ସୂର୍ଯ୍ୟକାନ୍ତ ରାଉତରାୟ ଓ ବିଶ୍ୱରଞ୍ଜନ ବାଇ ପ୍ରମୁଖ ସାମିଲ ହୋଇ ବିଜେପି ପାଇଁ ତଥା ବାବୁ ସିଂହଙ୍କ ପାଇଁ ପ୍ରଚାର ଅଭିଯାନ କରିଥିଲେ, ଏହି ପ୍ରଚାର ଅଭିଯାନରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ କର୍ମୀ ଓ ଜନତା ମଧ୍ୟ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *