ପୁଣି ୯୬ ଚିହ୍ନଟ, ୧୮୧୯ ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଗତ ୫ ଦିନ ଧରି ଆକ୍ରାନ୍ତ ଚିହ୍ନଟଙ୍କ ସଂଖ୍ୟାରେ ହ୍ରାସ ଦେଖାଯାଉଥିବା ବେଳେ ଆଜି ହଠାତ୍ ପୁଣି ୯୬ ଜଣ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ନୂତନ ଚିହ୍ନଟଙ୍କ ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି । ମୋଟ ୧୮ଟି ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ପ୍ରବାସୀ ମାନଙ୍କ ଯୋଗୁ ଏହି ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଗତ ୫ ଦିନ ମଧ୍ୟରେ ଅକ୍ରାନ୍ତ ଚିହ୍ନଟଙ୍କ ସଂଖ୍ୟା ଟିକିଏ ହ୍ରାସ ପାଇବା ଲକ୍ଷ୍ୟ କରାଯାଇଥିଲା । ଏପରିକି ଅକ୍ରାନ୍ତ ଚିହ୍ନଟଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ହେଉଥିବା ଲକ୍ଷ୍ୟ କରାଯାଇଥିଲା ।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଓ ଗଜପତିରୁ ୧୦ଜଣ ଲେଖାଏଁ ରହିଥିବା ବେଳେ ଖୋର୍ଦ୍ଧାରୁ ୯ଜଣ, ସୁନ୍ଦରଗଡ଼, ବଲାଙ୍ଗିର ଓ ଭଦ୍ରକରୁ ୭ଜଣ ଲେଖାଏଁ, ଗଞ୍ଜାମ, ଯାଜପୁର, ଜଗତସିଂହପୁର ଓ କଟକରୁ ୬ ଲେଖାଏଁ, କଳାହାଣ୍ଡିରୁ ୫, ବାଲେଶ୍ୱର, ଦେବଗଡ଼ ଓ ନୂଆପଡ଼ାରୁ ୪ ଲେଖାଏଁ, ଢ଼େଙ୍କାନାଳରୁ ୨, ପୁରୀ ନୟାଗଡ଼, କେନ୍ଦୁଝରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟାଇନରେ ଥିବା ସମୟରେ ଚିହ୍ନଟ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂତନ ଚିହ୍ନଟଙ୍କ ଫଳରେ ରାଜ୍ୟରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୩୩କୁ ବୃଦ୍ଧି ପାଇଛି ।

ସେହିପରି ୯୭୭ଜଣ ସୁସ୍ଥ ହୋଇଥିବା ବେଳେ ୭ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି । ଏବଂ ଦୁଇଜଣଙ୍କର ଅନ୍ୟାନ୍ୟ କାରଣରୁ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *