ପୁଣି ୮୬ ନୂଆ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଚାରି ହଜାର ଆଡକୁ ଯାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟା ୨୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୮୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୭୧ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରର ହୋଇଥିବା ବେଳେ ୧୫ଜଣ ସ୍ଥାନୀୟ ବାସିନ୍ଦା ବୋଲି କୁହାଯାଇଛି । କେବଳ ସେତିକି ନୁହେଁ ଆମ୍ଫାନ୍ ସହାୟତା ପାଇଁ ଯାଇଥିବା ୧୩ଜଣ ଏନଡିଆରଏଫ ଓ ଓଡ୍ରାରଫର କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ନୂତନ ଚିହ୍ନଟଙ୍କ ଫଳରେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯ରେ ପହଞ୍ଚିଛି । କେବଳ ସେତିକି ନୁହେଁ ଗଞ୍ଜାମ ଜିଲ୍ଲାର ଚିକିତ୍ସିତ ହେଉଥିବା ଜଣେ ୫୦ ବର୍ଷିୟ ବୟସ୍କ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ଦିଆଯାଇଛି । ଫଳରେ ରାଜ୍ୟରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି ।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳରୁ ସର୍ବାଧିକ ୨୨ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୨୧ଜଣ, କଳାହାଣ୍ଡିରୁ ୧୬ଜଣ, ଗଜପତିରୁ ୧୫ଜଣ, ମୟୁରଭଞ୍ଜରୁ ୧୩ଜଣ, ଯାଜପୁର ଓ କଟକରୁ ୧୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୧୩ଟିି ଜିଲ୍ଲା ସହ ଏନଡିଆରଏଫ୍ କ୍ୟାମ୍ପରୁ ଶତାଧିକ କରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଗଞ୍ଜାମରେ ସର୍ବାଧିକ ୬୮୨ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୩୫୫ଜଣ, ଯାଜପୁରରେ ୩୪୧, କଟକରେ ୩୨୩, ବାଲେଶ୍ୱରରେ ୨୦୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *