ନୂଆ ୧୦୧ଜଣ ଚିହ୍ନଟ, ୫୩୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଆକ୍ରାନ୍ତ ସଂଖ୍ୟାରେ କେରଳକୁ ଟପିଲା ଓଡ଼ିଶା
ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ସକାଳୁ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମର ୫୨ଜଣ ରହିଥିବା ବେଳେ ବାଲେଶ୍ୱରର ୩୩ଜଣ, ଯାଜପୁରର ୭ଜଣ, ସୁନ୍ଦରଗଡ଼ର ୭ଜଣ, କେନ୍ଦୁଝରର ୨ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଟପି ୫୩୮ରେ ପହଞ୍ଚିଛି ।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଏବେ ୪୫୦ଜଣ ଚିକିତ୍ସିତ ହେଉଥିବା ଜଣାପଡିଛି । ସେହିଭଳ ଗତକାଲି ଗୋଟିଏ ଦିନରେ ୩୧ଜଣ ସୁସ୍ଥ ହୋଇଥିବାରୁ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି । ନୂତନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଶହ ଟପି ୨୧୦ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ମୃତ୍ୟୁ ବରଣ କରିଥିବା ବେଳେ ଏବେ ୨୦୯ଜଣ ଚିକିତ୍ସିତ ହେଉଛନ୍ତି ।

ସେହିଭଳି ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି । ସେହିଭଳି କେନ୍ଦୁଝରର ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏହି ନୂତନ ଆକ୍ରାନ୍ତଙ୍କ ଫଳରେ ଓଡ଼ିଶା ଆକ୍ରାନ୍ତଙ୍କ ସଂଖ୍ୟାରେ କେରଳକୁ ଟପିଥିବା ଜଣାପଡିଛି । କେରଳରେ ୫୨୫ଜଣ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୫୩୮ଜଣ ଚିହ୍ନଟ ହୋଇଛନ୍ତି

Spread the love

Leave a Reply

Your email address will not be published. Required fields are marked *