ନାଟକର ନାଁ ନଵୀନ

ଭୁବନେଶ୍ୱର: ଦୀର୍ଘ ୧୮ ବର୍ଷ ପରେ ମନେ ପଡିଛି ମହିଳାଙ୍କ କଥା | ପୁଣି ମହିଳା ମାନଙ୍କର ସ୍ୱାସ୍ଥ୍ୟର କଥା | ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯାେଜନାରେ ପୁରୁଷଙ୍କ ତୁଳନାରେ ମହିଳା ମାନେ ଅଧିକ ୨ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମା ପାଇବେ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ମହିଳାଙ୍କୁ ସମ୍ମାନ କିମ୍ବା ଉପହାସ ତାହା କେବଳ ସେ ଓ ତାଙ୍କର ପର୍ଷଦ ଓ ତାେଷାମଦିଅା ମାନେ ଜାଣିଛନ୍ତି | ଦୈନିକ ଶହ ଶହ ମହିଳା କିଏ ରାସ୍ତା କଡରେ ତ କିଏ ଡାକ୍ତରଖାନାର ବାରଣ୍ଡା ନପାଇ ଡାକ୍ତରଖାନାର ଡ୍ରେନରେ ପ୍ରସବ କରୁଛି | କେବଳ ସେତିକି ନୁହେଁ କିଏ ଅଟାେରେ ତ କିଏ ଟ୍ରଲି ଉପରେ ପ୍ରସବ କରୁଛି | ଯେଉଁ ମହିଳା ମାନେ ଏହି ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘ୧୮ ବର୍ଷର କ୍ଷମତା ପ୍ରଦାନ କରିଥିଲେ କେବଳ ତାଙ୍କର ସେହି ଅବସ୍ଥାର ସୁଧାର ପାଇଁ ଏବେ ତାଙ୍କର ଅବସ୍ଥା ଏପରି | ପୁଣି ନିର୍ଵାଚନ ୠତୁ ପାଖେଇଵା ବେଳକୁ ପୁଣି ମହିଳା ମାନଙ୍କ ପାଇଁ ଏହି ଘାଷଣା ଧମର୍କୁ ଅାଖିଠାର ନାଁ ପୁଣି ଏକ ପ୍ରତାରଣା ତାହା ଆଲୋଚନା ହେଉଛି | ରାଜ୍ୟର ଶହ ଶହ ଡାକ୍ତର ଖାନାରେ ବିଦ୍ୟୁତ ସଂଯୋଗ ନଥିବା ଵେଳେ ଶତାଧିକ ଡାକ୍ତରଖାନାରେ ଡାକ୍ତର ନାହାନ୍ତି | ଏପରି ସମୟରେ ମହିଳାଙ୍କୁ ୭ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ନବୀନ କେଉଁଠାରେ ଯୋଗାଇ ଦେବେ କେବଳ ସେ ଅାଉ ତାଙ୍କ ପର୍ଷଦ ହିଁ ଜାଣନ୍ତି | ପୁଣି ଏହି ବୀମାକୁ ନେଇ ରାଜ୍ୟ ଅାଉ କେନ୍ଦ୍ର ମୁହାଁମୁହିଁ | ଅାୟୁଷ୍ମାନ ଭାରତ ଯାେଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ | ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯାେଜନାରେ ମହିଳାଙ୍କୁ ୫ ଲକ୍ଷ ନୁହେଁ, ମିଳିଵ ସାତ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା । ପୁରୁଷଙ୍କଠାରୁ ମହିଳା ଅାଉ ୨ ଲକ୍ଷ ଟଙ୍କା ଅଧିକ ପାଇବେ । ତେବେ ରାଜ୍ୟରେ ଅାବଶ୍ୟକ ଭିତ୍ତିଭୂମି ନଥିବା ଵେଳେ ଏହି ସେବା କିଭଳି ମିଳିବ, ସେନେଇ ବିରାେଧୀ ପ୍ରଶ୍ନ ଉଠାଇଛନ୍ତି | ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଭିଡିଓ କନେଫେରନ୍ସିଂ କାର୍ଯ୍ୟକ୍ରମ ସମୟରେ ଜଣେ ମହିଳା ଏହି ବୀମାରାଶି ବୃଦ୍ଧି ପାଇଁ ନିବେଦନ କରିଥିଲେ | ସଂଗେ ସଂଗେ ନରମ ହୃଦୟ ନବୀନ ମହିଳାଙ୍କ ସ୍ୱାସ୍ଥ୍ୟ ସେବା ରାଶିକୁ ବୃଦ୍ଧି କରିଦେଲେ | ସବୁଠାରୁ ବଡ ପ୍ରଶ୍ନ ହେଉଛି ରାଜ୍ୟର କେତେ ମହିଳା ଏହି ଯୋଜନାରେ ଉପକୃତ ହେବେ, କେତେ ଟଙ୍କା ଏଥିପାଇଁ ଖର୍ଚ୍ଚ ହେବ କିମ୍ବା କିଭଳି ଭାବେ ଏବଂ କେଉଁ କେଉଁ ରାେଗରେ ତାହା ଖର୍ଚ୍ଚ ହେବ ତାହା ମୁଖ୍ୟମନ୍ତ୍ରୀ କହିପାରିବେ କି |  ବିରାେଧୀ ମାନେ ଏହାକୁ ପ୍ରଚାର ସବର୍ସ୍ୱ ସରକାର କହୁଥିବା ବେଳେ କିଏ ଏହାକୁ ନିର୍ଵାଚନୀ ଘାେଷଣା ମଧ୍ୟ କହୁଛନ୍ତି |

Spread the love

Leave a Reply

Your email address will not be published. Required fields are marked *