କଟକ ସହରରୁ ଆଉ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ

କଟକ, ୧୮/୭: ଜିଲ୍ଲାରେ ଆଜି ୨୪ ଘଣ୍ଟା ମଧ୍ୟରେ ୩୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଚିହ୍ନଟ ହୋଇଥିବା ୩୮ କରୋନା ରୋଗୀଙ୍କ ମଧ୍ୟରୁ କଟକ ମହାନଗର ନିଗମ ଅଂଚଳରୁ ୧୧ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ଏହି ୧୧ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୩ ଜଣ ହୋମ କ୍ୱାରେଣ୍ଟାଇନ୍‌ରୁ, ୬ ଜଣ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ କ୍ୱାରେଣ୍ଟାଇନ୍‌ରୁ ଓ ୨ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ହୋମ଼ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ୨ଜଣ ରୋଗୀ ସ୍ଥାନୀୟ ପୁରୁଣା ରାଉସାପାଟଣା ଅଂଚଳର ୮ ବର୍ଷର ଶିଶୁକନ୍ୟା ଓ ୩୫ ବର୍ଷର ମହିଳା ଓ ଅନ୍ୟଜଣେ ପୁୁରୁଣା ଜଗନ୍ନାଥରୋଡ଼ ଖପୁରିଆ ଅଂଚଳର ୫୪ ବର୍ଷର ମହିଳା, ଏମାନେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ।

ସେହିପରି ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ ଅନ୍ୟ ଜିଲ୍ଲାରୁ ଫେରାନ୍ତା ୪୬, ୨୫, ୫୨, ୪୧ ଓ ୪୨ ବର୍ଷର ପୁରୁଷ ଓ ଅନ୍ୟ ଜଣେ ୨୦ ବର୍ଷର ମହିଳା ରୋଗୀ ଓ ସେ ଏସ୍‌ସିବି ଆଇସୋଲେସନ ୱାର୍ଡ଼ରୁ ଚିହ୍ନଟ ହୋଇଛନ୍ତି ।

ସେହିପରି ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥିବା ୨ ଜଣଙ୍କ ମଧ୍ୟରୁ ଜଣେ ଗାମାଡ଼ିଆ ନିୟୁ କଲୋନୀ ବକ୍ସି ବଜାର ଅଂଚଳର ୫୫ ବର୍ଷର ମହିଳା ଓ ଅନ୍ୟ ଜଣେ ୨୮ ବର୍ଷର ପୁରୁଷ ସ୍ଥାନୀୟ ଯୋବ୍ରା ପାରେଶ୍ୱର ସାହିର ବୋଲି ସୂଚନା ମିଳିଛି ।

କଟକ ମହାନଗର ନିଗମ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସହରାଂଚଳରେ ମୋଟ ୩୩୪ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୮୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୩୯ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ୭ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *