ଆରଏସ୍‌ଏସ୍ ତରଫରୁ ୨୦ କୁଇଂଟାଲ ଗୋଖାଦ୍ୟ ବିତରଣ

କେନ୍ଦ୍ରାପଡା,୫/୯: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,କେନ୍ଦ୍ରାପଡା ଜିଲ୍ଲା ତରଫରୁ ପଟ୍ଟାମୁଣ୍ଡାଇ, ଆଳି ଏବଂ ରାଜନଗର ବ୍ଲକର ଅଳପୁଆ, ଦାଣ୍ଡିସାହି, ତରଡିପାଳ, କଅଁରପୁର, ପାଳିନି, ଚଟିବାଙ୍କ, ବେଲପାଳ, ନଗଡ, ରାଜପୁର ଏବଂ ବାଲି ଅଂଚଳର ବନ୍ୟା ପୀଡିତଙ୍କୁ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଇ ଦିଆ ଯାଉଛି । ଗତ ଅଗଷ୍ଟ ୩୦ ତାରିଖ ଠାରୁ ବର୍ତମାନ ପର୍ଯ୍ୟନ୍ତ ୫୦ଜଣ ସ୍ୱୟଂସେବକମାନେ ସେବା କାମରେ ଲାଗିଛନ୍ତି ।

ଆରଏସ୍‌ଏସ୍ ତରଫରୁ ୨୦ କୁଇଂଟାଲ ଗୋଖାଦ୍ୟ ଓ ୯୦୦ ପ୍ୟାକେଟ ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ କରିଛନ୍ତି । ସ୍ୱୟଂସେବକମାନେ ପାଲ, ମଶାରୀ, ସୋଲାର ଲାଇଟ, ଔଷଧ, ଗୋଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ବିପନ୍ନ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି ।

ସଂଘ ତରଫରୁ ଏହି ସେବାକାମକୁ କଟକ ବିଭାଗ ସଂଘଚାଳକ ବଳରାମ ଦାଶ, ବିଭାଗ ପ୍ରଚାରକ ଲକ୍ଷ୍ମୀଧର ପରିଡା, କେନ୍ଦ୍ରାପଡା ଜିଲ୍ଲା ପ୍ରଚାରକ ପ୍ରଶନଜିତ ଦାସ, ଜିଲ୍ଲା ବୌଦ୍ଧିକ ପ୍ରମୁଖ ସୁରେଶ ଚନ୍ଦ୍ର ନାୟକ ଏବଂ ଜିଲ୍ଲା ସମ୍ପର୍କ ଟୋଲି ସଦସ୍ୟ ଶିବରାମ ପାଣି ଉପସ୍ଥିତ ରହି ବିତରଣ କାର୍ଯ୍ୟରେ ସ୍ୱୟଂସେବକମାନଙ୍କୁ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *