ସୋନାଲିକାର ଘରୋଇ ଅଭିବୃଦ୍ଧି ୭୧.୭% ସହିତ ୧୦,୨୨୩ଟି ଟ୍ରାକ୍ଟର ବିକ୍ରୟ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟ୍ରାକ୍ଟର ଉତ୍ପାଦନକାରୀ କମ୍ପାନୀ, ସୋନାଲିକା ଟ୍ରାକ୍ଟରର ଜୁଲାଇ ମାସରେ ଘରୋଇ ଅଭିବୃଦ୍ଧି ୭୧.୭% ହୋଇଥିବାେବେଳେ ଉଭୟ ଘରୋଇ ଏବଂ ରପ୍ତାନୀ କ୍ଷେତ୍ରରେ ୧୦,୨୨୩ଟି ଟ୍ରାକ୍ଟର ବିକ୍ରୟ ହୋଇପାରିଛି । ଗତ ବର୍ଷ ଏହି ସମାନ ସମୟରେ କମ୍ପାନୀର ଘରୋଇ ବିକ୍ରି ୪୭୮୮ଟି ହୋଇଥିବାବେଳେ ଚଳିତ ବର୍ଷ ୮୨୧୯ଟି ଟ୍ରାକ୍ଟର ବିକ୍ରୟ ହୋଇପାରିଛି ।

ଏହି ପ୍ରଦର୍ଶନ ସମ୍ପର୍କରେ ସୋନାଲିକା ଗ୍ରୁପ୍ ପକ୍ଷରୁ ଏହାର ପରିଚାଳନା ନିର୍ଦ୍ଦେଶକ, ଶ୍ରୀଯୁକ୍ତ ରମନ ମିତଲ୍ କହିଛନ୍ତିଯେ, “ଆମ୍ଭେମାନେ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ଘରୋଇ ଅଭିବୃଦ୍ଧି ୭୧.୭% ଏବଂ ସମୂଦାୟ ବିକ୍ରୟ ୧୦,୨୨୩ଟି କରିବାରେ ସଫଳ ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ । ଆମ୍ଭେମାନେ କୃଷକ ଭାଇମାନଙ୍କ ସାମୂହିକ ବିକାଶ ନିମନ୍ତେ ସେହି ସମାନ ମୁଲ୍ୟରେ ଏକ ନୂତନ ଟ୍ରାକ୍ଟର, ତାହାପୁଣି ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଶୁଭାରମ୍ଭ କରିଛୁ । ଭବିଷ୍ୟତରେ ଏହିପରି ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଟ୍ରାକ୍ଟର ବଜାରକୁ ଆଣିବା ପାଇଁ ଅନେକ ରଣକୌଶଳମାନ ଆପଣେଇଛୁ ।”

Spread the love

Leave a Reply

Your email address will not be published. Required fields are marked *