ନୟାଗଡ଼ରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା

ନୟାଗଡ, ୧ା୧୨: ବହୁଚର୍ଚ୍ଚିତ ଶିଶୁକନ୍ୟା ପରୀ ମୃତ୍ୟୁ ମାମଲା ନେଇ ଆଜି ଅପରାହ୍ଣରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ନୟାଗଡ଼ ଗସ୍ତ କରିଛନ୍ତି । ଜିଲ୍ଲା ସଦର ମହକୁମାରେ ଥିବା ସର୍କିଟ ହାଉସରେ ସେ ପରୀ ମୃତ୍ୟୁ ମାମଲା ନେଇ ଜିଲ୍ଲା ପୁଲିସ ପ୍ରାଶାସନ ସହିତ ଆଲୋଚନା କରିଥିଲେ । ଏହାପରେ ସେ ଯଦୁୁପୁର ଗାଁକୁ ଯାଇଥିଲେ । ଯେଉଁ ସ୍ଥାନରେ ପରୀର ମୃତ୍ୟୁ ଘଟିଥିଲା ସେହି ସ୍ଥାନରେ ପହଂଚି ଶ୍ରୀ ବୋଥ୍ରା ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ ।

ସୂଚନାଯୋଗ୍ୟ, ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଯଦୁୁପୁର ଗ୍ରାମକୁ ଗତକାଲି ବିଜେପିର ୨୨ ବିଧାୟକ ମଧ୍ୟରୁ ୨୦ ଜଣ ଗସ୍ତ କରିଥିଲେ । ପୂର୍ବରୁ ରାଜ୍ୟର ଏଭଳି କୌଣସି ପ୍ରସଙ୍ଗରେ ଗୋଟିଏ ଦଳର ପ୍ରାୟ ସମସ୍ତ ବିଧାୟକ ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟିବା ଦେଖାଯାଇନାହିଁ । ଯଦୁୁପୁର ଏକ ମିନି ବିଧାନସଭା ପାଲିଟିଛି ବୋଲି ଉପସ୍ଥିତ ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା ।

ବିଧାନସଭା ବନ୍ଦ ହେଲା, ବିଧାୟକଙ୍କ ଆମ ଗାଁକୁ ସୁଅ ଛୁଟିଲା ବୋଲି ଗ୍ରାମବାସୀ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳିଥିଲା । ୨୦ରୁ ଅଧିକ ଦାମୀ କାରରେ ଯଦୁପୁର ଗ୍ରାମ ଦାଣ୍ଡ ପୂରା ଭର୍ତ୍ତି ହୋଇଯାଇଥିଲା । କାଳେ କିଛି ଅଘଟଣ ଘଟିବ ତେଣୁ ଗ୍ରାମରେ ବନ୍ଧୁକଧାରୀ ପୁଲିସ ମୁତୟନ କରାଯାଇଥିଲା । ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢୀ, ଇଟାମାଟି ଥାନା ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ, ସଦର ଥାନା ଆଇଆଇସି ରୀନାରାଣୀ ସାହୁ ପ୍ରମୁଖ ଉପସ୍ଥିତ ରହି ଗହଳି ଉପରେ ନଜର ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *