କାର୍ତିକେଶ୍ୱର ପାତ୍ରଙ୍କ ବିୟୋଗରେ ପିସିସି ପକ୍ଷରୁ ଶୋକ ସଭା

ଭୁବନେଶ୍ୱର: ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ଜନନେତା ଡ. କାର୍ତିକେଶ୍ୱର ପାତ୍ରଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

ଏହି ଉପଲକ୍ଷେ ଆଜି ଅପରାହ୍ନରେ ଏକ ଶୋକସଭା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ଶ୍ରୀ ପଟ୍ଟନାୟକଙ୍କ ସମେତ ସମସ୍ତ ନେତୃବୃନ୍ଦ ସ୍ୱର୍ଗତ ପାତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ଉପସ୍ଥିତ ନେତୃବୃନ୍ଦ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।

ନିଜ ବକ୍ତବ୍ୟରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍ୱର୍ଗତ କାର୍ତିକେଶ୍ୱର ପାତ୍ର କଂଗ୍ରେସର ଜଣେ ଦୃଢ଼ ସଂଗଠକ ଓ ଅତ୍ୟନ୍ତ ଭଦ୍ର ସ୍ୱଭାବର ବ୍ୟକ୍ତିଥିଲେ । ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ଯେତିକି ପାରଦର୍ଶିତା ଥିଲା, ସୁବକ୍ତା ଓ ଲେଖକ ଭାବରେ ମଧ୍ୟ ତାଙ୍କର ସେତିକି ଖ୍ୟାତି ଥିଲା । ତାଙ୍କ ବିୟୋଗ କଂଗ୍ରେସ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ପିସିସି ପକ୍ଷରୁ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା ।

ଏହି ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପ୍ରସାଦ ହରିଚନ୍ଦନ, ଗଣେଶ୍ୱର ବେହେରା, ଯୁଧିଷ୍ଠିର ଜେନା, ଶିବାନନ୍ଦ ରାୟ, ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର, ହଳଧର ସେଠୀ, ରଜନୀ ମହାନ୍ତି, ପଦ୍ମାକର ଗୁରୁ, ସତ୍ୟବ୍ରତ ନାୟକ, ସୁଶାନ୍ତ ତ୍ରିପାଠୀ, ଦୀପକ ମହାପାତ୍ର, ଦୀପକ କୁମାର ସାହୁ, ଦେବାଶିଷ ଭୂୟାଁ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ପ୍ରସନ୍ନ ନାୟକ, ସନ୍ଧ୍ୟାରାଣୀ ଦାସ, ସୌମେନ୍ଦ୍ର ମହାନ୍ତି, ସାଗର ପରିଡା, ଖଗେଶ୍ୱର ମଲ୍ଲିକ, ନଳିନୀକାନ୍ତ ନାୟକ, ରମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *