ରାଜ୍ୟର ୩୦ ଜିଲ୍ଲାରେ କରୋନା ସ୍ଥିତି

ଭୁବନେଶ୍ୱର, ଅକ୍ଟୋବର ୨୯: ଆଜି ଖୋର୍ଦ୍ଧା ଜିଲ୍ଲାରେ ୨୨୨ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୮୨୮୭ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୭,୯୧୬, ବାଲେଶ୍ୱର ଜିଲ୍ଲାରେ ୧୦,୧୨୮, ବରଗଡ ଜିଲ୍ଲାରେ ୮, ୫୩୩, ଭଦ୍ରକ ଜିଲ୍ଲାରେ ୬,୬୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ୬,୬୦୭. ବୌଦ୍ଧ ଜିଲ୍ଲାରେ ୨,୫୪୩, କଟକ ଜିଲ୍ଲାରେ ୨୫,୬୭୪, ଦେବଗଡ ଜିଲ୍ଲାରେ ୧,୦୩୧, ଢେଙ୍କାନାଳ ଜିଲ୍ଲାରେ ୫,୦୩୪, ଗଜପତି ଜିଲ୍ଲାରେ ୩,୮୪୦, ଗଂଜାମ ଜିଲ୍ଲାରେ ୨୧,୧୨୩, ଜଗତସିଂହପୁର ଜିଲ୍ଲାରେ ୭,୩୮୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଯାଜପୁର ଜିଲ୍ଲାରେ ୧୦,୭୪୨, ଝାରସୁଗୁଡା ଜିଲ୍ଲାରେ ୬,୨୯୬, କଳାହାଣ୍ଡି ଜିଲ୍ଲାରେ ୫,୦୮୮, କନ୍ଧମାଳ ୫,୬୧୩, କେନ୍ଦ୍ରାପଡା ଜିଲ୍ଲାରେ ୭,୪୫୫, କେନ୍ଦୁଝର ଜିଲ୍ଲାରେ ୬,୧୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କୋରାପୁଟ ଜିଲ୍ଲାରେ ୭,୩୦୮, ମାଲକାନଗିରି ଜିଲ୍ଲାରେ ୪,୭୯୫, ମୟୁରଭଂଜ ଜିଲ୍ଲାରେ ୧୧,୧୯୪, ନବରଙ୍ଗପୁର ଜିଲ୍ଲାରେ ୫,୨୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

ନୟାଗଡ ଜିଲ୍ଲାରେ ୫,୯୨୯, ନୂଆପଡା ଜିଲ୍ଲାରେ ୫,୪୯୩, ପୁରୀ ଜିଲ୍ଲାରେ ୧୨,୪୦୪, ରାୟଗଡା ଜିଲ୍ଲାରେ ୮,୦୬୦, ସମ୍ବଲପୁର ଜିଲ୍ଲାରେ ୭,୯୧୧, ସୁବର୍ଣପୁର ଜିଲ୍ଲାରେ ୪,୩୮୧ ଓ ସୁନ୍ଦରଗଡ ଜିଲ୍ଲାରେ ୧୦,୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *