ସୁସ୍ଥ ହେଲେ ଆଉ ୩୦, ଗଞ୍ଜାମରୁ ୨୮

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେହି ଅନୁସାରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୩୦ଜଣ ପୁଣି ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରୁ ୨୮ଜଣ ଗଞ୍ଜାମର ହୋଇଥିବା ବେଳେ ବାଲେଶ୍ୱର ଓ କଟକରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ୧୯୬ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା କୁହାଯାଇଛି । ଗଞ୍ଜାମର ମୋଟ ୨୭୭ଜଣ ଚିହ୍ନଟଙ୍କ ମଧ୍ୟରୁ ଅଦ୍ୟାବଧି ୩୦ଜଣ ସୁସ୍ଥ ହୋଇଥିବା ବେଳେ ୨୪୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।

ସେହିପରି ବାଲେଶ୍ୱରର ୧୦୨ଜଣ ରୋଗୀଙ୍କ ମଧ୍ୟରୁ ୨୨ଜଣ ସୁସ୍ଥ ହୋଇଥିବା ବେଳେ ୮୦ଜଣ ଚିକିତ୍ସିତ ହେଉଛନ୍ତି । ଅନୁରୂପ ଭାବେ କଟକର ମୋଟ ୧୦ଜଣ ଚିହ୍ନଟଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ଜଣ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟରେ ମୋଟ ୧୯୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୩୮ଜଣ କରୋନା ରୋଗୀ ଏବେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *