ମୁଖ୍ୟମନ୍ତ୍ରୀ ସର୍ଭେରେ ନବୀନ ନମ୍ବର ଓ୍ବାନ୍

ଭୁବନେଶ୍ୱର: କରୋନା ପାଇଁ ଦେଶ ଓ ରାଜ୍ୟ ଲକ୍ ଡାଉନ୍ ରହିଥିଲା । ଲକଡାଉନ୍ ସମୟରେ ମୁଖ୍ୟମନ୍ତ୍ରୀ ମାନଙ୍କର କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତା ନେଇ ଆଇଏଏନଏସ, ସି-ଭୋଟର ପକ୍ଷରୁ ଏକ ସର୍ଭେ ହୋଇଥିଲା । ସର୍ଭେ ରିପୋର୍ଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନରେ ରହିଛନ୍ତି । ସରକାର ନେଇଥିବା ସମସ୍ତ ପଦକ୍ଷେପରେ ଲୋକମାନେ ସନ୍ତୁଷ୍ଟ ହୋଇ ନବୀନଙ୍କୁ ୮୨.୯୬% ଭୋଟ ଦେଇଛନ୍ତି ।

ନବୀନଙ୍କ ପରେ ଦ୍ୱିତୀୟରେ ରହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା । ସେହିପରି ତୃତୀୟ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ । ଚତୁର୍ଥରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, ପଞ୍ଚମରେ ମହାରଷ୍ଟ୍ର, ଷଷ୍ଠରେ ଦିଲ୍ଲୀ, ସପ୍ତମରେ ହିମାଚଳପ୍ରଦେଶ, ଅଷ୍ଟମ ସ୍ଥାନରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରହିଛନ୍ତି । ସର୍ବନିମ୍ନ ପଏଣ୍ଟ ପାଇଛନ୍ତି ବିଜେପି ଶାସିତ ହରିୟାଣା ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।

ପ୍ରକାଶ ଥାଉକି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କହିଆସୁଛନ୍ତି ସାଢେ ୪ କୋଟି ଓଡିଶାବାସୀ ମୋ ପରିବାର । ତାଙ୍କ ସଫଳତାର ଶ୍ରେୟ ଓଡ଼ିଶାର ଜନସାଧାରଣଙ୍କୁ ସେ ଅର୍ପଣ କରିଥାନ୍ତି । ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ଉନ୍ନତି ପାଇଁ ଦିନରାତି ଏକକରି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି। ତାଙ୍କର ନୀତି ଆଦର୍ଶ କାର୍ଯ୍ୟଶୈଳୀ ଓ ଆପଣାର ମନଭାବ ସମ୍ପୂର୍ଣ୍ଣ ନିଆରା । ଯେଉଁଥି ପାଇଁ ଓଡ଼ିଶାର ଜନସାଧାରଣଙ୍କ ଅଶେଷ ଭଲପାଇବା ପାଉଛନ୍ତି ନବୀନ ପଟ୍ଟନାୟକ । ଲୋକଙ୍କ ଭଲପାଇବା ଓ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସେ ଏଵେ ସାରା ଦେଶରେ ଲୋକପ୍ରିୟ ହୋଇଛନ୍ତି । ଆଉ ଏଥର ସର୍ଭେରେ ପୁଣି ଥରେ ସେ ନମ୍ବର ଓ୍ବାନ୍ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *