ପୁଣି ବଢ଼ିଲା ଆରୋଗ୍ୟ ସଂଖ୍ୟା

ଦିନକରେ ଚିହ୍ନଟ ୧୭୯, ସୁସ୍ଥ ହେଲେ ୨୩୭
ଭୁବନେଶ୍ୱର: ପୁଣି ଚିହ୍ନଟଙ୍କୁ ଟପିଛି ଆରୋଗ୍ୟଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ରାଜ୍ୟରେ ୧୭୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଚିହ୍ନଟଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାର ୫୭ଜଣ ରହିଥିବା ବେଳେ ଆରୋଗ୍ୟଙ୍କ ମଧ୍ୟରେ ସର୍ବାଧିକ କଟକ ଜିଲ୍ଲାରୁ ୭୦ ଜଣ ରହିଛନ୍ତି ।

ପୂର୍ବାହ୍ନରେ ୧୫ଟି ଜିଲ୍ଲା ସହ ଓଡ୍ରାଫ ଓ ଏନଡିଆରଏଫର ୧୭୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୫୦ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨୯ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୮୫୩ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୪୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୨୦୬ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୪୩୯ଜଣ ଚିହ୍ନଟ ହୋଇଥିବାବେଳେ ୩୦୮ଜଣ ଆରୋଗ୍ୟ ହୋଇସାରିଛନ୍ତି ଏବଂ ୧୨୫ଜଣ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟରେ ମୋଟ ୪୮୫୬ଜଣ ଚିହ୍ନଟ ହୋଇଥିବା ବେଳେ ୩୨୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୫୪୩ଜଣ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଅଦ୍ୟାବଧି କିଲର କରୋନା ୧୨ଜଣଙ୍କ ଜୀବନ ନେଇଥିବା ବେଳେ ୪ଜଣ କରୋନା ରୋଗୀ ଭିନ୍ନ କାରଣରୁ ମୃତ୍ୟୁବରଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *