ଝାରସୁଗୁଡାରେ ବର୍ଷକର ଶିଶୁ ବି କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନାର କରାଳ ଛାୟାରୁ ଶିଶୁମାନେ ରକ୍ଷା ଯାଉଥିବା ଯେଉଁ ଚିନ୍ତା କରାଯାଉଥିଲା ତାହା ମିଥ୍ୟା ପ୍ରମାଣିତ ହେଉଛି । ଏପରିକି ରାଜ୍ୟରେ ଜଣେ ବର୍ଷକର ଶିଶୁ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ଝାରସୁଗୁଡାର ଜଣେ ବର୍ଷକର ଶିଶୁ ଦେହରେ କରୋନା ଚିହ୍ନଟ ହୋଇଥିବା ଖୋଦ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୂର୍ବରୁ ଜଣେ ୫ ବର୍ଷର ଶିଶୁ ମଧ୍ୟ କରୋନା କବକଳୁ ଆସିଥିଲେ । ଉଭୟ ୫ ବର୍ଷର ଶିଶୁ ପୁତ୍ର ଓ ବର୍ଷକର ଶିଶୁ କନ୍ୟା ଗୋଟିଏ ପରିବାରର ବୋଲି ମଧ୍ୟ ସୂଚନା ଦିଆଯାଇଛି ।

ଝାରସୁଗୁଡାର ଏହି ପରିବାର ନିକଟରେ ରାଜ୍ୟ ବାହାରୁ ଫେରି କ୍ୱାରେଣ୍ଟାଇନରେ ରହିଥିଲେ । ଝାରସୁଗୁଡାରେ ଦୁଇ ଶିଶୁ ଏକ ସମୟରେ ଆକ୍ରାନ୍ତ ହେବା ସମଗ୍ର ଝାରସୁଗୁଡା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସେହିପରି ଝାରସୁଗୁଡା ବ୍ରଜରାଜନଗର ଅଂଚଳର ଜଣେ ବ୍ୟକ୍ତି ମହାରଷ୍ଟ୍ରରୁ ଫେରି କ୍ୱାରେଣ୍ଟାଇନରେ ରହିଥିବା ସମୟରେ କରୋନା ଚିହ୍ନଟ ହୋଇଛନ୍ତି । ଫଳରେ କିଛି ଅଂଚଳକୁ ଜିଲ୍ଲାପାଳଙ୍କ ଦ୍ୱାରା କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ ୩୬ଜଣ ଶିଶୁ କରୋନାରେ ପିଡୀତ ହୋଇ ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି । ପୂର୍ବରୁ ଚିକିତ୍ସିତ ହେଉଥିବା ୨୦ଜଣ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *