ଜେଲ୍ ଗଲା ଗ୍ୟାଙ୍ଗଷ୍ଟାର ଟିଟୋ

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟାର ଟିଟୋର ଜାମିନ ଆବେଦନ ଖାରଜ ପରେ ତାକୁ କେନ୍ଦ୍ରାପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି । ଆଜି କଟକ ବଡ ମେଡିକାଲରୁ ଡିସଚାର୍ଜ ହେବା ପରେ କ୍ରାଇମବ୍ରାଞ୍ଚ ଟିଟୋକୁ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ହାଜର କରିଥିଲା। ବିଭାଗୀୟ କୋର୍ଟରେ ଟିଟୋ ଆବେଦନ କରିଥିବା ଜାମିନ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ଏହା ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଟିଟୋକୁ ଜିଲ୍ଲାର ବାରିମୂଳ ସବଜେଲକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । 

ସୂଚନାଯୋଗ୍ୟ, ଜୁନ ୩୦ ତାରିଖରେ କ୍ରାଇମବ୍ରାଞ୍ଚ ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଯାଜପୁର ଚଣ୍ଡିଖୋଲ ନିକଟରେ ଏନକାଉଣ୍ଟର କରିଥିଲା। ଟିଟୋର ଗୋଡରେ ଗୁଳି ବାଜି ଥିବାରୁ ତାକୁ ପ୍ରଥମେ ଯାଜପୁର ବଡଚଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କ୍ରମେ ଟିଟୋ ଓ ତା’ ସହଯୋଗୀ ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା।

ଦୁର୍ଦ୍ଦାନ୍ତ ଅପରାଧୀ ଭାବେ ଜଣାଶୁଣା ଟିଟୋ ଓ ତା ସହଯୋଗୀ ନାଁରେ ବହୁ ଟେଣ୍ଡର ଫିକ୍ସି, ଡକାୟତି, ହତ୍ୟା କରିବା ଭଳି ଅନେକ ଅପରାଧ ମାମଲାରେ ସପୃକ୍ତି ରହିଛି। ଟେଣ୍ଡର ପକାଇବା ନେଇ ଗତ ମାର୍ଚ୍ଚ ୨୯ ତାରିଖରେ କଟକ ଜଗତପୁରରେ ଅବଦୁର ରେହମାନର ଭାଇକୁ ହୋଇଥିବା ଗୁଳିକାଣ୍ଡରେ ଟିଟୋର ଲିଙ୍କ୍ ରହିଥିଲା । 

Spread the love

Leave a Reply

Your email address will not be published. Required fields are marked *