କନ୍ଧମାଳରେ କାୟା ମେଲାଇଲା କରୋନା

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାରେ ନିଜର କାୟା ବିସ୍ତାର କରିଛି କରୋନା । ଆଜି ପୂର୍ବାହ୍ନରେ ରାଜ୍ୟରେ ମୋଟ ୪୮ଟି ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୨ଟି ମାମଲା କନ୍ଧମାଳର ରହିଥିଲା । ଏହି ଦୁଇ କରୋନା ରୋଗୀ ନିକଟରେ ତାମିଲନାଡୁରୁ ଫେରିଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେମାନେ ଏବେ କ୍ୱାରେଣ୍ଟାଇନରେ ରହିଥିବା ମଧ୍ୟ କୁହାଯାଇଛି । କନ୍ଧମାଳକୁ କରୋନା ଡେଇଁବା ପରେ ରାଜ୍ୟର ମୋଟ ୨୩ଟି ଜିଲ୍ଲା କରୋନା କାୟାକୁ ଚାଲି ଆସିଛି ।

ରାଜ୍ୟର ମାତ୍ର ୭ଟି ଜିଲ୍ଲା ଏବେ ବି କରୋନାଠାରୁ ଦୁରେଇ ରହିବାରେ ସକ୍ଷମ ହୋଇଛନ୍ତି । ଦୀର୍ଘ ଦିନ କନ୍ଧମାଳ ଜିଲ୍ଲାରେ କରୋନା ଚିହ୍ନଟ ହୋଇନଥିବା ବେଳେ ଏହି ଦୁଇ ଚିହ୍ନଟ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ମାତ୍ର ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବାରୁ କୌଣସି ସମସ୍ୟା ନଥିବା ଜିିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ମାତ୍ର ଏହା ମଧ୍ୟରେ ସେମାନେ କାହା ସମ୍ପର୍କରେ ଆସିଛନ୍ତି ତାହାର ତଦନ୍ତ ଜାରି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *