କଟକରେ ଅମିତ ଶାହାଙ୍କ ରୋଡ୍ ସୋ

ଭୁବନେଶ୍ୱର, ୧୬ ଏପ୍ରିଲ୍: ମଙ୍ଗଳବାର ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଓଡିଶା ଗସ୍ତରେ ଆସିବେ । ଏହି ଗସ୍ତ କାଳରେ ଶ୍ରୀ ଶାହା କଟକରେ ଏକ ବିଶାଳ ରୋଡ୍ ସୋ ରେ ଭାଗ ନେବେ । ଏହି ରୋଡ୍ ସୋ ନେତାଜୀଙ୍କ ଜନ୍ମ ସ୍ଥାନରୁ ବାହାରି ଚଣ୍ଡି ମନ୍ଦିର ପର୍ଯ୍ୟନ୍ତ ଚାଲିବ ।

ରୋଡ୍ ସୋ ପୂର୍ବରୁ ଶ୍ରୀ ଶାହା ଅପରାହ୍ନ ୩ଟାରେ ଢେଙ୍କାନାଳ ଏବଂ ପରେ ବଡମ୍ବା ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ସମ୍ଭୋଧିତ କରିବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *