ରୋଗୀ ଓ ସହାୟକମାନଙ୍କୁ ଖାଦ୍ୟ ଯୋଗାଉଛି ଆରଏସ୍‌ଏସ୍‌

ଭୁବନେରଶ୍ୱର: କରୋନା ପାଇଁ ହୋଇଥିବା ତାଲାବନ୍ଦ ଯୋଗୁଁ ହୋଟେଲ ଓ ଜଳଖିଆ ଦୋକାନ ବନ୍ଦ ରହିଥିବାରୁ ବିଭିନ୍ନ ହସ୍‌ପିଟାଲରେ ରୋଗୀ ଓ ତାଙ୍କ ପରିବାର ବର୍ଗଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ରନ୍ଧାଖାଦ୍ୟ ଓ ସୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭବନେଶ୍ୱର ମହାନଗର ତରଫରୁ ଉତ୍କଳ ବିପନ୍ନ ସହାୟତା ସମିତ ମାଧ୍ୟମରେ ଏଆଇଆଇଏମ୍‌ଏସ୍‌ରେ ଥିବା ରୋଗୀ ଓ ତାଙ୍କ ପରିଜନମାନଙ୍କୁ ଦୀର୍ଘ ଏକମାସ ହେବ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଅଖିଳ ଭାରତୀୟ ଆର‌୍ୟୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ୱରରେ ପ୍ରତ୍ୟେକ ଦିନ ୩୭୫ ଜଣରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏହି ଖାଦ୍ୟ ବିତରଣ କରାଯାଉ ଥିବା ବେଳେ ୧୦,୦୧୨ରୁ ଉର୍ଦ୍ଧ୍ୱ ରନ୍ଧାଖାଦ୍ୟ ଥାଳି ବିତରଣ କରାଯାଇଛି ।

ସେହିପରି ଏହି ମେଡିକାଲରେ ପ୍ରତ୍ୟେକ ଦିନ ୨୨ ପରିବାରକୁ ଶୁଖିଲା ଖାଦ୍ୟ ଦିଆଯାଉଥିବାବେଳେ ୬୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ଉପକୃତ ହୋଇ ପାରିଛନ୍ତି । ସଂଘର ସ୍ୱୟଂସବେକମାନେ ଏଆଇଆଇଏମ୍‌ଏସ୍ ଓ ସଂଜିବନୀ ହସପିଟାଲ, ଭରତପୁର ଇଂଲେକ୍‌ଟ୍ରି କର୍ମଚାରୀ ମାନଙ୍କୁ ୩୦୯୫ ମାସ୍କ ବିତରଣ କରିଛନ୍ତି ।

କଳିଙ୍ଗନଗର ତରଫରୁ ସ୍ୱୟଂସେବକମାନେ ୨୪୨୭ ଘରକୁ ସାନିଟାଇଜେସନ କରିଥିବା ବେଳେ ୧୦ଟି ମନ୍ଦିର, ୪ଟି ବିଦ୍ୟାଳୟ, ୨ଟି କ୍ଲବ ଘର, ୧ ମହାବିଦ୍ୟାଳୟ, ୧ ଅଙ୍ଗନୱାଡି କେନ୍ଦ୍ର, ୧ ଥାନା ଓ ୧ ଡାକ ଘରକୁ ମଧ୍ୟ ସାନିଟାଇଜେସନ କରିଛନ୍ତି । ୭୨୯ ଜଣଙ୍କୁ କାଢା ବିତରଣ କରାଯାଇଛି । ପ୍ରତ୍ୟେକ ଦିନ ଏହି ସବୁ ସେବାକାମରେ ୧୦ ରୁ ୧୫ ଜଣ ସ୍ୱୟଂସେବକ ସାମିଲ ହେଉଥିବା ବେଳେ ପ୍ରାୟ ଏକମାସ ଧରି ଏହି ସେବାକାମରେ ୩୦୦ରୁ ଉର୍ଦ୍ଧ୍ୱ ସ୍ୱୟଂସେବକ ଏହିସବୁ ସେବାକାମରେ ସାମିଲ ହୋଇଛନ୍ତି । ।

Spread the love

Leave a Reply

Your email address will not be published. Required fields are marked *