ଉତ୍କଳ ଗୌରବ ମଧୁସୂଦନଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର, ଅପ୍ରେଲ ୨୮: ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ୧୭୧ତମ ଜୟନ୍ତୀ ଅବସରରେ ଆଜି ରାଜଭବନ ସମ୍ମଖ ଗୋଲେଇଛକ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ଓୟୁଡବ୍ଲୁଜେ ତରଫରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏକ ସୃତିସଭା ଆୟୋଜନ କରାଯାଇଥିଲା ।

ଉକ୍ତ ଶ୍ରଦ୍ଧାଞ୍ଜଳୀ ଉତ୍ସବରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘର କାର‌୍ୟ୍ୟକାରୀ ସଭାପତି ସରୋଜ ରଂଜନ ପଟ୍ଟନାୟକ, ସାଧାରଣ ସଂପାଦକ ରଜନୀକାନ୍ତ ସାମନ୍ତରାୟ, କୋଷାଧ୍ୟକ୍ଷ ନିତ୍ୟ ନିରଂଜନ ପଣ୍ଡା, ନୃପ କିଶୋର ପଟ୍ଟନାୟକ, କାମିନୀ କୁମାର ସ୍ୱାଇଁ, ବୀଣାପାଣୀ ଜୟସିଂ, କୃଷ୍ଣଚନ୍ଦ୍ର ବାରିକ, ବ୍ରଜବନ୍ଧୁ ପରିଡା, ଅଧିର ନନ୍ଦ, ଶକ୍ତି ପଟ୍ଟନାୟକ, ବିଜୟ ମହାନ୍ତି, ଉପାସନା ଦାଶ, ଦୀପକ ମହାନ୍ତି ପ୍ରମୁଖ ସଦସ୍ୟମାନଙ୍କ ସହରର ବହୁ ବୁଦ୍ଧୁଜୀବୀ, ସମାଜସେବୀ ଯୋଗଦାନ କରଥିଲେ ।

ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ସୁଜ୍ଞାନ ଚୌଧରୀ ନିଜ ଅଭିଭାଷଣରେ ମଧୂସୁଦନ ଦାସଙ୍କର ସୃତି ଚାରଣ କରି ଉତ୍କଳ ପ୍ରଦେଶ ଗଠନରେ ତାଙ୍କ ଭୂମିକା ସଂପର୍କରେ ଅବଗତ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *