ଅସହ୍ୟ ହେଉଛି ତୈଳଦର, ପୁଣି ୫୧ ପଇସା ବଢ଼ିଲା

ଦୁଇ ସପ୍ତାହରେ ପେଟ୍ରୋଲ ୭.୬୨ ଓ ଡିଜେଲ ୮.୨୮ ଟଙ୍କା ବଢ଼ିଲା
ଭୁବନେଶ୍ୱର: ଦିନକୁ ଦିନ ତୈଳଦର ଅସହ୍ୟ ହେବାରେ ଲାଗିଛି । କରୋନା ସହ ତୈଳଦର ଜନସାଧାରଣଙ୍କୁ ଅତିଷ୍ଠ କରିଦେଉଛି । ଗୋଟିଏ ପକ୍ଷରେ ରୋଜଗାର ହରାଇ ବସିଥିବା ମଣିଷକୁ ଦରବୃଦ୍ଧି ବେଡ଼ି ଉପରେ କୋରଡାମାଡ ସଦୃଶ ହୋଇଛି । ତୈଳଦର ବୃଦ୍ଧି ଯୋଗୁ ଦିନକୁ ଦିନ ନିତ୍ୟବ୍ୟବହାର୍ଯ୍ୟ ସମଗ୍ରୀ ମଧ୍ୟ ବଢ଼ିବାରେ ଲାଗିଛି ।

ଗତ ଦୁଇ ସପ୍ତାହ ମଧ୍ୟରେ ପେଟ୍ରୋଲଦରରେ ୭.୬୨ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଡିଜେଲ ଦରରେ ୮.୨୮ ଟଙ୍କା ବୃଦ୍ଧି ହୋଇଛି । ଏପରିକି ଗତକାଲି ମଧ୍ୟ ରାତ୍ରରୁ ପେଟ୍ରୋଲରେ ୫୧ ପଇସା ଓ ଡିଜେଲ ଦର ୬୧ ପଇସା ବୃଦ୍ଧି ହୋଇଛି । ଫଳରେ ରାଜଧାନୀରେ ପେଟ୍ରୋଲ ଲିଟର ପ୍ରତି ୭୯.୪୪ ଟଙ୍କା ହୋଇଥିବା ବେଳେ ଡିଜେଲ ଲିଟର ପ୍ରତି ୭୫.୮୮ ହୋଇଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ୭୮.୮୮ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ୭୭.୬୭ ଟଙ୍କା ହୋଇଛି ।

ବର୍ଦ୍ଧିତ ତୈଳର ଜନସାଧାରଣଙ୍କ ଉପରେ ଏକ ବୋଝ ହୋଇଯାଇଛି । ଏହି ଦର ବୃଦ୍ଧିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଛି । ଜୁନ ୧୦ ତାରିଖରେ ରାଜଧାନୀରେ ପେଟ୍ରୋଲ ଦର ୭୪.୦୪ ଟଙ୍କା ଥିବା ବେଳେ ଡିଜେଲ ଦର ୭୦.୧୧ ଟଙ୍କା ଥିଲା । ହଠାତ ତୈଳ ଦରରେ ବୃଦ୍ଧି ଏକ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *